କମେଡି କୁଇନ୍ ଭାରତୀ ସିଂ ଗିରଫ

ମୁମ୍ବାଇ, ୨୧/୧୧: କମେଡି କୁଇନ୍ ଭାରତୀ ସିଂ ଗିରଫ ହୋଇଛନ୍ତି। ତାଙ୍କୁ ଗିରଫ କରିଛି ଏନସିବି  । ୪ ଘଣ୍ଟା ଜେରା ପରେ କମେଡିଆନ ଭାରତୀ ସିଂହଙ୍କୁ ଗିରଫ କରିଛି NCB । ଉଲ୍ଲେଖ ଯୋଗ୍ୟ ଯେ ଆଜି ସକାଳେ ଭାରତୀଙ୍କ ଅନ୍ଧେରୀସ୍ଥିତ ଘରେ ଚଢ଼ାଉ କରି ଗଞ୍ଜେଇ ଜବତ କରିଥିଲା NCB । ଭାରତୀ ଓ ସ୍ବାମୀ ହର୍ଷ ଗଞ୍ଜେଇ ସେବନ କରୁଥିବା ସ୍ବୀକାର କରିଛନ୍ତି । ଲାପ୍‌ଟପ୍ ଜବତ କରିବା ସହ ଭାରତୀଙ୍କୁ ମାରାଥନ ଜେରା କରାଯାଇଥିଲା।