ବିଜାପୁର ଜଙ୍ଗଲରେ ଯବାନ-ନକ୍ସଲ ସହ ଗୁଳି ବିନିମୟ, ୩ ଜଣ ନକ୍ସଲ ନିହତ

ଭୁବନେଶ୍ୱର,୬/୦୪: ତେଲେଙ୍ଗାନା ସୀମାନ୍ତ ଛତିଶଗଡ଼ର ବିଜାପୁର ଜଙ୍ଗଲରେ ଯବାନଙ୍କ ସହ ଗୁଳି ବିନିମୟ ହୋଇଛି। ଯେଉଁଥିରେ ୩ ଜଣ ନକ୍ସଲ ନିହତ ହୋଇଛନ୍ତି। ଏହାସହ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ଆନ୍ତଃରାଜ୍ୟ ସୀମାରେ ଥିବା ପୂଜାରୀ କାଙ୍କେର ଜଙ୍ଗଲରେ ତେଲେଙ୍ଗାନାର ନକ୍ସଲ ସଙ୍ଗଠନ ବିରୋଧରେ ଗ୍ରେ ହାଉଣ୍ଡସର ଏକ ଟିମ୍ ଅପରେସନରେ ବାହାରିଥିବା ବେଳେ ଏହି ଏନକାଉଣ୍ଟର ହୋଇଥିଲା। ଗ୍ରେହାଉଣ୍ଡସ ଟିମକୁ ସହଯୋଗ କରିବା ପାଇଁ ଛତିଶଗଡ ପୋଲିସର ଏକ ଟିମ୍ ମଧ୍ୟ ଏହି ଅଞ୍ଚଳରେ ଉପସ୍ଥିତ ଥିଲେ । ଏବେ ବି ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଛତିଶଗଡ଼ର ବିଜାପୁର ଜିଲ୍ଲାରେ କିଛି ଦିନ ପୂର୍ବରୁ ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ୩ ମହିଳାଙ୍କ ସମେତ ୧୩ ନକ୍ସଲ ନିହତ ହୋଇଥିଲେ।