ପୁରୀରେ ନୌବୀରଙ୍କ ପରାକ୍ରମ ଦେଖୁଛି ସାରା ବିଶ୍ୱ, ମଞ୍ଚରେ ଉପସ୍ଥିତ ଅଛନ୍ତି ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪/୧୨: ପୁରୀରୁ ନୌବୀରଙ୍କ ପରାକ୍ରମ ଦେଖୁଛି ସାରା ବିଶ୍ୱ । ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ବେଳାଭୂମିରେ ପହଞ୍ଚି ସାରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ତମାମ ବିଧାୟକ ଓ ମନ୍ତ୍ରୀ ମଧ୍ୟ ପୁରୀରେ ପହଞ୍ଚିସାରିଛନ୍ତି । ତେବେ ନୌସେନା ଦିବସରେ ଶ୍ରୀକ୍ଷେତ୍ରରେ ପରାକ୍ରମ ଦେଖାଉଛନ୍ତି ମାର୍କୋସ କମାଣ୍ଡୋ । ଏଥିପାଇଁ ବ୍ଲୁ ଫ୍ଲାଗ୍ ବିଚରେ ରାଷ୍ଟ୍ରପତିଙ୍କ ସମେତ ୭ ହଜାର ୫ ଶହ ନିମନ୍ତ୍ରିତ ଅତିଥି ବସିବାର ବନ୍ଦୋବସ୍ତ କରାଯାଇଛି। ନୌବୀରଙ୍କ ପରାକ୍ରମ ଦେଖିବାକୁ ଭୁବନେଶ୍ବରରୁ ସ୍ବତନ୍ତ୍ର ବସ ଯୋଗେ ପୁରୀ ଯାଇଛନ୍ତି ମନ୍ତ୍ରୀ ଓ ବିଧାୟକ । ପୁରୀ ସମୁଦ୍ର ଓ ବେଳାଭୂମିରେ ପ୍ରାୟ ୪ ଟ୍ୟାଙ୍କ, ୧୫ ଯୁଦ୍ଧ ଜାହାଜ, ୩୦ଟି ଯୁଦ୍ଧ ହେଲିକପ୍ଟର, ୫ଟି ଯୁଦ୍ଧ ବିମାନ, ୫ଟି ଜେଟ୍ ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ। କାର୍ଯ୍ୟକ୍ରମ ଶେଷରେ ଲେଜର ସୋ’ ଓ ଡ୍ରୋନ ସୋ ହେବ।

୪୦ଟି ଏୟାରକ୍ରାଫ୍ଟ ଓ ୧୫ଟି ଯୁଦ୍ଧ ଜାହାଜ ଦେଖାଇବେ କଳାକୌଶଳ, ଯୁଦ୍ଧ ଜାହାଜରେ ହେଲିକପ୍ଟର ଅବତରଣର ଦୃଶ୍ୟ ଦେଖିବେ ଦର୍ଶକ, ହେଲିକପ୍ଟରରେ ସନ୍ଧାନ ଓ ଉଦ୍ଧାର ଦୃଶ୍ୟ,
ପୁରୀ ସମୁଦ୍ର ବାଲିରେ ଗଡ଼ିବ ବିଏମପି ଟ୍ୟାଙ୍କ, ମାର୍କୋସ କମାଣ୍ଡୋମାନେ ବିଭିନ୍ନ କଳା କୌଶଳ ଦେଖାଇବେ, ଆକାଶରେ ଯୁଦ୍ଧ ବିମାନରୁ ନିଆଁ ବର୍ଷାର ଦୃଶ୍ୟ, ପୁରୀରେ ଶକ୍ତି ଦେଖାଇବ ମିଗ୍‌-୨୯କେ ବିମାନ, ଯୁଦ୍ଧ ଜାହାଜରୁ ଆଣ୍ଟି ସବମରିନ ରକେଟ୍‌ ଫାୟାର କରାଯିବ, ସମୁଦ୍ରରେ ବୋମାବର୍ଷାର ଦୃଶ୍ୟ ଦେଖିବେ ଦର୍ଶକ, ଆକାସରେ ଏକାଠି ଉଡ଼ିବେ ନୌସେନାର ବିଭିନ୍ନ ଯୁଦ୍ଧ ବିମାନ ଓ ବିଟିଂ ରିଟ୍ରିଟ୍‌ ସେରିମନି କାର୍ଯ୍ୟକ୍ରମ ଆୟୋଜନ କରାଯିବ ।