ପୁରୀ ସମୁଦ୍ର କୂଳରେ ପହଁଚିଲା ନୌସେନା ୫ଟି ଜାହାଜ

ଭୁବନେଶ୍ୱର,୧୦/୦୮: ପୁରୀ ସମୁଦ୍ର କୂଳରେ ନୌସେନା ୫ଟି ଜାହାଜ ଲାଗିବା ପରେ ନୌସେନା ମୁଖ୍ୟ ସମୁଦ୍ର କୂଳରେ ପହଞ୍ଚିଛନ୍ତି। ପୁରୀରେ ପାଳନ ହୋଇପାରେ ନାଭି ଦିବସ। ଏଥିପାଇଁ ମଧ୍ୟ ଆଗକୁ ଆସିପାରେ ଆଉ ଅଧିକ ଜାହାଜ। ପୁରୀ ସମୁଦ୍ର ତଟରେ କିଛି ଦିନ ହେବ ଦେଖିବାକୁ ମିଳୁଛି ନୌସେନାର ଜାହାଜ। ଆଜି ଦିଗବାରେଣି ଖୁଣ୍ଟି ନିକଟରେ ୫ଟି ବଡ଼ ବଡ଼ ଜାହାଜ ଲାଗିଛି। ପ୍ରତିବର୍ଷ ଭଳି ନୌସେନା ପକ୍ଷରୁ ଚଳିତବର୍ଷ ନୌସେନା ଦିବସ ପାଳିନ କରିବାକୁ ଯାଉଛି ପୁରୀ ସମୁଦ୍ର ଉପକୂଳରେ। ଏହାର ପୂର୍ବପ୍ରସ୍ତୁତି ସ୍ୱରୂପ ଏହି ଜାହାଜ ଆସି ପୁରୀ ସମୁଦ୍ର ତଟକୂଳରେ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି।