ନବୀନ ସେଲ୍ଫି ପଏଣ୍ଟ କରିବାକୁ ୩୮୨ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୦/୧୨: ମୋଦୀ ପରେ ଏବେ ନବୀନ ପଟ୍ଟନାୟକ ସେଲ୍ଫି ପଏଣ୍ଟ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ୩୮୨ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟକୁ କୁହାଯାଇଛି । କ୍ୟାମ୍ପସର ପ୍ରମୁଖ ସ୍ଥାନରେ ସେଲ୍ଫି ପଏଂଟ ପ୍ରତିଷ୍ଠା କରିବା ସହ ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କ୍ୟାମ୍ପସରେ ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାକୁ ରାଜ୍ୟ ସରକାର ନଭେମ୍ବରରେ ଆଇୱାଇଡିପିର ଶୁଭାରମ୍ଭ କରିଥିଲେ ।  ପ୍ରତିଯୋଗିତାରେ ଯେଉଁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରୁଛନ୍ତି ସେମାନଙ୍କୁ ଦିଆଯାଉଥିବା ପ୍ରଶ୍ନପତ୍ରର ଉପରି ଭାଗରେ ‘ହ୍ୟାସ୍ ଗ୍ୟାଗ୍ ନୂଆ-ଓ’ ଲୋଗୋ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ରଖିବାକୁ କୁହାଯାଇଛି । ପ୍ରଶ୍ନପତ୍ରର ପଛପାଶ୍ୱର୍ରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଲେଖାଯିବା ସହ ଶଙ୍ଖ ଚିହ୍ନ ଥିବା ଲୋଗୋ ରଖିବାକୁ ଶିକ୍ଷାନୁଷ୍ଠାନ ଗୁଡିକୁ ପରାମର୍ଶ ଦିଆଯାଇଛି । ଗତ ସପ୍ତାହରେ ମୋଦୀ ସେଲ୍ଫି ପଏଂଟ ଆରମ୍ଭ କରିଥିଲେ କେନ୍ଦ୍ର ସରକାର ।