ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର କୋଇଲା ମନ୍ତ୍ରୀ

ଭୁବନେଶ୍ୱର, ୨୯/୧୦: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟିଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ତାଙ୍କ ସହ ଆଲୋଚନା କରିବା ବେଳେ ୩ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ । କ୍ଲିନ୍ ଏନର୍ଜୀ ସେସ୍‌ର ୬୦% ଓଡ଼ିଶାକୁ ଦେବାକୁ କେନ୍ଦ୍ର ଠାରେ ଦାବି ରଖାଯାଇଛି। ଟନ୍‌କୁ ୪ଶହ ହିସାବରେ କେନ୍ଦ୍ର ୫୦ ହଜାର କୋଟି ସେସ୍ ପାଇଛି ।ସେଥିରୁ ୬୦% ହିସାବରେ ୩୦ ହଜାର କୋଟି ଦେବାକୁ ଦାବି କରାଯାଇଥିବା ବେଳେ ସେହି ଟଙ୍କାରେ କୋଇଲା ଖଣି ଅଞ୍ଚଳରେ ଉନ୍ନୟନମୂଳକ କାମ ହେବ । ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ପାଇଁ ଓ ତାଳଚେର MCL ମେଡିକାଲ କଲେଜ କାର୍ଯ୍ୟକ୍ଷମ ପାଇଁ  ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।