ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଓ ଶପଥ ସମାରୋହକୁ ନିମନ୍ତ୍ରଣ କଲେ ମୋହନ ମାଝୀ

ଭୁବନେଶ୍ୱର,୧୨/୦୬: ଆଜି ଅପରାହ୍ନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ । ଏହା ପୂର୍ବରୁ ଓଡିଶାର ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରିବା ପରେ ନବୀନ ନିବାସ ଯାଇ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହାସହ ଆଜି ଜନତା ମୈଦାନରେ ହେବାକୁ ଥିବା ଶପଥ ପାଠ ସମାରୋହରେ ଯୋଗ ଦେବାକୁ ତାଙ୍କୁ ନିମନ୍ତ୍ରଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ଗ୍ରହଣ କରିବା ସହ ଶପଥପାଠ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କହିଛନ୍ତି ନବୀନ ପଟ୍ଟନାୟକ । ଏହାସହ ନବ ନିର୍ମିତ ସରକାରଙ୍କୁ ମଧ୍ୟ ଆଶୀର୍ବାଦ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ନବୀନ ।