୭୮ ବର୍ଷରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬/୧୦: ୭୮ ବର୍ଷରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ଚଳିତବର୍ଷ ଜନ୍ମଦିନ ପାଳିବେନି ନୀବନ । ଭଉଣୀ ଗୀତା ମେହେଟାଙ୍କ ମୃତ୍ୟୁ ହୋଇଥିବା ଯୋଗୁ ଏଥର ନବୀନ ନିବାସ ନଆସିବାକୁ ଶୁଭେଚ୍ଛୁମାଙ୍କୁ ଅନୁରୋଧ କରଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହି ଅବସରରେ ବିଜେଡି ବିଧାୟକମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରିବାକୁ ଯୋଜନା ରଖିଛନ୍ତି । ସାରା ରାଜ୍ୟରେ ରକ୍ତଦାନ ଶିବିର ଆୟୋଜନ କରିବାକୁ ବିଜେଡି ନେତାଙ୍କୁ କୁହାଯାଇଥିବା ଜଣାପଡିଛି ।୫ ଥର ବିଜେଡି ସରକାର ଗଢିଥିବା ବେଳେ ନବୀନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଆଗାମୀ ନିର୍ବାଚନରେ ମଧ୍ୟ ବିଜେଡି ପୁଣି ସରକାର ଗଢିବ ବୋଲି ବିଭିନ୍ନ ସର୍ଭେରେ ମତ ପ୍ରକାଶ ପାଇଛି ।