କୁମ୍ଭ କର୍ଣ୍ଣ ନିଦ୍ରାରେ ସରକାର, ଏବେ ଅସଲି ଚେହେରା ପଦାକୁ ଆଣିବେ ଓଡ଼ିଶାବାସୀ: ନବୀନ ପଟ୍ଟନାୟକ

ଭୁବନେଶ୍ୱର,୬/୦୧: ରାଜଧାନୀ ରାଜରାସ୍ତାରେ ବିଜେଡିର ଗର୍ଜନ । ବିଭିନ୍ନ ସାମଗ୍ରୀର ଅହେତୁକ ଦରଦାମ୍‌ ବୃଦ୍ଧି ନେଇ ଲୋୟର ପିଏମଜିରେ ଆନ୍ଦୋଳନକୁ କରୁଛି ବିଜେଡି ।  ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରୁ ନେତା ନିଜ ନିଜ କର୍ମୀଙ୍କୁ ଧରି ବିକ୍ଷୋଭସ୍ଥଳରେ ପହଞ୍ଚୁଛନ୍ତି ।ଆନ୍ଦୋଳନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳର ନେତା ନବୀନ ପଟ୍ଟନାୟକ ବର୍ତ୍ତମାନର ସରକାର ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଡବଲ ଇଞ୍ଜିନ ଡବଲ ମାଡ । ଦରବୃଦ୍ଧି ଓ GST ମାଡ଼ରେ ଲୋକ ନୟାନ୍ତ ହୋଇପଡ଼ିଲେଣି । ନିର୍ବାଚନ ବେଳେ ଟ୍ରେଲରରେ ଗୋଲାପୀ ଚିତ୍ର ଦେଖାଇଲା ବିଜେପି । କିନ୍ତୁ ଫିଲ୍ମ ରିଲିଜ ହେଲା ଏମ ଏମ ସରକାର ମହଙ୍ଗା ମାଡ଼ ସରକାର ।

ସେ ଆହୁରି କହିଛନ୍ତି, ୭ମାସ ହେଇଗଲା କେବେଳ ଲମ୍ବା ଲମ୍ବା ଭାଷଣ ଆମେ ଶୁଣୁଛୁ, କିନ୍ତୁ କାମ ଶୂନ। ଦରଦାମ ବଢିଛି ଆକ୍ସନ କିଛି ନାହିଁ । ଏ ସରକାର ଲୋକଙ୍କ ସରକାର ବୋଲି ଦାବି କରୁଛି କିନ୍ତୁ ଜଣା ପଡୁନି । ଡାଲି, ତେଲ ମେଡ଼ିସିନ ସବୁ କମ୍ୟୁନିଟି ଦର ଆକାଶ ଛୁଆ । ମାର୍କେଟ ଉପରେ ସରକାରଙ୍କ କଣ୍ଟ୍ରୋଲ ନାହିଁ । ଆଇ ମା କାହାଣୀ କହି ସରକାର ଖୁସି । ଅଦିନିଆ ବର୍ଷା ପାଇଁ ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛି । ମା ମାନେ କାନ୍ଦୁଛନ୍ତି, ଚାଷୀ କାନ୍ଦୁଛନ୍ତି କିନ୍ତୁ ସରକାର କୁମ୍ଭ କର୍ଣ୍ଣ ନିଦରେ ସୋଇଛି । ମିଛ କଥା ମିଛ ପ୍ରତିଶ୍ରୁତି ଦେଇ ଏ ସରକାରକୁ ଆସିଛି । ବିଜେଡି ଠାରୁ କମ ଭୋଟ ପାଇ ସରକାରକୁ ଆସିଛି । ଏବେ ସାଢେ ଚାରି କୋଟି ଓଡ଼ିଆ ସରକାରଙ୍କ ଅସଲ ଚେହେରା ଖୋଲିବେ ।

Leave a Reply

Your email address will not be published. Required fields are marked *