ରାଜ୍ୟର ଛାତ୍ରଛାତ୍ରୀଙ୍କୁ ମିଳିବ ନବୀନ ଓଡିଶା ମ୍ୟାଜିକ୍ କାର୍ଡ

ନୂଆଦିଲ୍ଲୀ,୨୫/୦୨: ରାଜ୍ୟର ଛାତ୍ରଛାତ୍ରୀଙ୍କୁ ମିଳିବ ‘ନବୀନ ଓଡିଶା ମ୍ୟାଜିକ୍ କାର୍ଡ’ । ଏହି କାର୍ଡ ମାଧ୍ୟମରେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ପାଇପାରିବେ ଛାତ୍ରଛାତ୍ରୀ । ତେବେ ଏହି କାର୍ଡ ପାଇଁ ଆସନ୍ତା ମାର୍ଚ୍ଚ ୫ ତାରିଖରୁ ଅନଲାଇନ୍ ରେଜିଷ୍ଟ୍ରେସନ୍ ଆରମ୍ଭ ହେବ। ଏହାପରେ ଅଗଷ୍ଟ ୧୫ ତାରିଖରୁ ଛାତ୍ରଛାତ୍ରୀଙ୍କୁ ଏହି କାର୍ଡ ବଣ୍ଟାଯିବ ବୋଲି ସୂଚନା ମିଳିଛି ।

ଛାତ୍ରଛାତ୍ରୀଙ୍କ ବିଭିନ୍ନ କାର୍ଯ୍ୟକଳାପ ଜରିଆରେ ଅର୍ଜନ କରିଥିବା ପଏଣ୍ଟକୁ ଆଧାର କରି ଏହି କାର୍ଡ ସିଲଭର, ଗୋଲ୍ଡ ଏବଂ ପ୍ଲାଟିନମ୍ ସ୍ତରକୁ ଉନ୍ନୀତ ହେବ । ଏହି କାର୍ଡ ସାହାଯ୍ୟରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସୁବିଧା ଯେପରିକି ବସ୍ ,ଟ୍ରେନ୍ ଓ ବିମାନରେ ରିହାତି ପାଇପାରିବେ । ଏହାସହ ଫୋନ୍, ଡାଟା ରିଚାର୍ଜ ଏବଂ ୱାଇ-ଫାଇ ବ୍ୟବହାର କରିପାରିବେ । ଇ-ଲାଇବ୍ରେରୀ, ଅନଲାଇନ୍ ପାଠ୍ୟକ୍ରମ, ବ୍ୟକ୍ତିତ୍ୱ ବିକାଶ ପାଠ୍ୟକ୍ରମ ଏବଂ କର୍ମଶାଳା, କୋଚିଂ ସେଣ୍ଟର ଏବଂ ଟ୍ୟୁସନ କ୍ଲାସ୍, ଦକ୍ଷତା ବିକାଶ ପାଠ୍ୟକ୍ରମ, ବୃତ୍ତି ପରାମର୍ଶ, ଓଡିଆ ଏବଂ ଇଂରାଜୀ ସହିତ ଭାଷା ପାଠ୍ୟକ୍ରମର ସୁବିଧା ପାଇପାରିବେ ।