ପରଲୋକରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ନଟୱର ସିଂ

ଭୁବନେଶ୍ୱର,୧୧/୦୮: ପରଲୋକରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ନଟୱର ସିଂ। ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ।  ୟୁପିଏ ଅମଳରେ ମନମୋହନ ସିଂଙ୍କ ସରକାରରେ ସେ ବୈଦେଶିକ ମନ୍ତ୍ରୀ ଭାବେ କାର୍ୟ୍ୟ କରିଥିଲେ। ୧୯୮୪ରେ ନିଜ ରାଜ୍ୟ ରାଜସ୍ଥାନର ଭରତପୁରରୁ ଲଢ଼ି ସାଂସଦ ହୋଇଥିଲେ। ରାଜୀବ ଗାନ୍ଧୀଙ୍କ ସରକାରରେ ସେ ପ୍ରଥମେ ଇସ୍ପାତ ମନ୍ତ୍ରୀ ଥିଲେ ଓ ପରେ ୧୯୮୬ରେ ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ଜଣେ ଭଲ ଲେଖକ ଭାବେ ମଧ୍ୟ ତାଙ୍କର ପରିଚୟ ରହିଛି। ତାଙ୍କର ଆତ୍ମଜୀବନୀ ‘ୱାନ ଲାଇଫ ଇଜ୍ ନଟ୍ ଏନଫ’ ୨୦୧୪ରେ ପ୍ରକାଶିତ ହୋଇଥିଲା।