ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ, ଜି-୨୦ ସମ୍ମିଳନୀରେ ନେବେ ଭାଗ

ନୂଆଦିଲ୍ଲୀ,୧୩/୧୧: ନଭେମ୍ବର ୧୪ ତାରିଖରୁ ଇଣ୍ଡୋନେସିଆ ରେ ଆରମ୍ଭ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ । ଏହି ସମ୍ମିଳନୀରେ ଭାଗନେବାକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆ ଗସ୍ତରେ ଯାଉଛନ୍ତି । ସେ ବାଲିରେ ଅନୁଷ୍ଠିତ ୧୭ ତମ ଜି-୨୦ ସମ୍ମିଳନୀରେ ଭାଗ ନେବେ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଜି-୨୦ ନେତାମାନଙ୍କ ମଧ୍ୟରେ ବାଣିଜ୍ୟ, ଅର୍ଥ ବ୍ୟବସ୍ଥା, ଶକ୍ତି, ପରିବେଶ, କୃଷି, ସ୍ୱାସ୍ଥ୍ୟ ଓ ଡିଜିଟାଲ ପରିବର୍ତ୍ତନ ସମେତ ଅନେକ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡିଛି । ମିଳିଥିବା ସୂଚନା ମୁତାବକ ଏହି ଶିଖର ସମ୍ମିଳନୀରେ ୩ ଟି ସେଶନ ହେବ । ଏହି ୩ ଟି ଯାକ ସେଶନରେ ପ୍ରଧାନମନ୍ତ୍ରୀ ଭାଗନେବେ । ଏଥିରେ ଖାଦ୍ୟ, ଶକ୍ତି ସୁରକ୍ଷା ଓ ଡିଜିଟାଲ ପରିବର୍ତନ ଉପରେ ଆଲୋଚନା ହେବ ବୋଲି ସୂଚନା ରହିଛି ।