ଋଷ ରାଷ୍ଟ୍ରପତି ଭ୍ଲାଦିମିରଙ୍କ ସହ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୬/୧୨: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ କ୍ରେମଲିନ ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ଦେଶର ଶୀର୍ଷ ନେତାଙ୍କ ମଧ୍ୟରେ କିଛି ସମୟ ତଳେ ଆଲୋଚନା ହୋଇଥିଲା । ସେପଟେ ଋଷ ସେନା ୟୁକ୍ରେନ ଉପରେ ଭୀଷଣ ଆକ୍ରମଣ ଜାରି ରଖିବା ସହ ୬୦ ମିସାଇଲ ମାଡ କରିଛି ।ତେବେକିଛି ଅଧିକାରୀ କହିଛନ୍ତି, କିଛି ମିସାଇଲକୁ ସଫଳତାପୂର୍ଣ୍ଣ ନଷ୍ଟ କରିଦିଆଯାଇଛି । ୟୁକ୍ରେନର ଅଧିକାରୀ ସର୍ବନିମ୍ନ ୪ଟି ସହରରେ ବିସ୍ଫୋରଣ ହୋଇଥିବା ସୂଚନା ଦେଇଛନ୍ତି । ୟୁକ୍ରେନର ଏକ ଘର ଉପରେ ମିସାଇଲ ପଡିବା ପରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିଭଳି କିଭ-ଖାରକିଭରେ ବିଜୁଳି, ପାଣି ସେବା ବାଧାପ୍ରାପ୍ତ ହୋଇଛି ।