ମାଗଣା ରାସନ୍‌ ଯୋଜନାର ଅବଧିକୁ ଆଉ ତିନି ମାସ ବୃଦ୍ଧି

ନୂଆଦିଲ୍ଲୀ,୨୮/୯: ସାଧାରଣ  ଜନତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ଭେଟି । ଦୀପାବଳି ପୂର୍ବରୁ ଦେଶର ୮୦ କୋଟି ଲୋକଙ୍କୁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅବଧି ୩ ମାସ ବୃଦ୍ଧି ପାଇଛି । ମାଗଣା ରାସନ୍‌ ଯୋଜନାର ଅବଧିକୁ ଆଉ ତିନି ମାସ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।  ବୁଧବାର କେନ୍ଦ୍ର କ୍ୟାବିନେଟର ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ଏହି ଯୋଜନା ଚଳିତ ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।