ଯୋଗ କଲେ ପ୍ରଧାନମନ୍ତ୍ରୀ

ଭୂବନେଶ୍ବର,୨୧/୦୬: ଆଜି ୮ମ ବିଶ୍ୱ ଯୋଗ ଦିବସ । ଏହି ଅବସରରେ ସାରା ଦେଶରେ ଯୋଗଦିବସ ପାଳନ କରାଯାଇଛି । କର୍ଣ୍ଣାଟକ ମହୀଶୂରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯୋଗ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯୋଗ ଏବେ ଅନ୍ତର୍ଜାତୀୟ ପର୍ବରେ ପରିଣତ ହୋଇଛି । ଯୋଗ ଜୀବନର ଅଂଶ ନୁହେଁ ଏହା ଜୀବନ ଶୈଳୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ମୋଦୀ କହିଛନ୍ତି ସୁଖ, ଶାନ୍ତି ଓ ସେଲିବ୍ରେଟ୍ କରିବାର ଦିନ । କୋଭିଡ ସଂକ୍ରମଣ ଯୋଗୁ ଦୁଇ ବର୍ଷ ପରେ ଭାରତରେ ଧୁମଧାମରେ ଯୋଗ ଦିବସ ପାଳନ କରାଯାଉଛି । ମହୀଶୂରରେ ପାୟ ୧୫ ହଜାର ଲୋକ ଏକାଠି ଯୋଗ କରିଛନ୍ତି ।