ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ଜନ୍ମ ଦିନ, ଓଡିଶା ଆସି ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ

ଭୁବନେଶ୍ବର,୧୭/୦୯: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ। ଏହି ଅବସରରେ ସାଧାରଣ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ‘ସୁଭଦ୍ରା’ ଯୋଜନା ଆରମ୍ଭ କରିବେ। ମହିଳାଙ୍କୁ ୫୦ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ। ତାଙ୍କର ଓଡ଼ିଶା ଗସ୍ତ ନେଇ ଜନତା ମଇଦାନରେ ବିରାଟ ଜନସଭାର ଆୟୋଜନ କରାଯାଇଛି। ଏଥିରେ ପ୍ରାୟ ୭୦ହଜାର ଲୋକ ସାମିଲ୍ ହେବାକୁ ଥିବାବେଳେ ପ୍ରତି ଗାଁ, ପଞ୍ଚାୟତ, ସହରାଞ୍ଚଳର ପ୍ରାୟ ୫୦ହଜାର ମହିଳା ଏଥିରେ ସାମିଲ୍ ହେବେ। ‘ସୁଭଦ୍ରା’ ଯୋଜନା ଆରମ୍ଭ କରି ମୋଦୀ ସୁଇଚ୍ ଟିପି ପ୍ରାୟ ୧୦ଲକ୍ଷ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ହଜାର ଟଙ୍କା ଲେଖାଏ ପଠାଇବେ। ହିତାଧିକାରୀଙ୍କ ଆଧାର ସକ୍ଷମ ଏବଂ ଡିବିଟି ସକ୍ଷମ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଟଙ୍କା ଜମା ହେବ।ପରେ ବାକି ହିତାଧିକାରୀଙ୍କୁ ଟଙ୍କା ପଠାଯିବ ବୋଲି ନିଷ୍ପତ୍ତି ହୋଇଛି।

Leave a Reply

Your email address will not be published. Required fields are marked *