ପୁଣି ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର,୧୨/୦୫: ପୁଣି ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ପୁରୀ, କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାଛଡ଼ା ପ୍ରଧାନମନ୍ତ୍ରୀ ପୁରୀରେ ଏକ ବିଶାଳ ରୋଡ୍ ସୋ ମଧ୍ୟ କରିବେ। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଗାମୀ ୧୫ ତାରିଖରେ ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବାକୁ ଆସୁଥିବା ଜଣାଯାଇଛି। ସେ ରାଉରକେଲା, ସୋରଡ଼ା ଓ କଣ୍ଟାବାଞ୍ଜିରେ ସାଧାରଣ ସଭାରେ ଉଦବୋଧନ ଦେବେ।