ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମେଗା ରୋଡ ସୋ

ଭୁବନେଶ୍ୱର,୧୦/୦୫: ନିର୍ବାଚନ ପ୍ରଚାରରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରରେ ଏକ ମେଗା ରୋଡ ସୋ କରିଛନ୍ତି । ମାଷ୍ଟରକ୍ୟାଣ୍ଟିନ ଛକରୁ ଏହି ରୋଡ ସୋ ଆରମ୍ଭ ହୋଇଛି । ରୋଡ ସୋ ଦୀର୍ଘ ଦେଢ ଘଣ୍ଟା ଧରି ଚାଲିବ । ମାଷ୍ଟର କ୍ୟାଣ୍ଟିନରୁ ଆରମ୍ଭ ହୋଇଥିବା ରୋଡ ସୋ ବାଣୀବିହାର ପର୍ଯ୍ୟନ୍ତ ଚାଲିବ । ମୋଦୀଙ୍କ ରୋଡ ସୋ ପାଇଁ ରାଜ୍ୟ ବିଜେପି ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।  ମୋଦୀ ଜିନ୍ଦାବାଦ, ବିଜେପି ଜିନ୍ଦାବାଦ ନାରାରେ କମ୍ପୁଛି ରାଜଧାନୀ ।