ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨/୧୦: ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜନ୍ମ ଜୟନ୍ତୀ। ରାଜଘାଟରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ କହିଛନ୍ତି ଯେ ଗାନ୍ଧିଙ୍କ ଜୀବନ ଓ ଆଦର୍ଶ ପ୍ରତ୍ୟେକ ପିଢ଼ିଙ୍କୁ ପ୍ରେରଣା ଯୋଗାଉ ଥିବ। କର୍ତ୍ତବ୍ୟ ପଥରେ ଆଗେଇ ଚାଲିବା ପାଇଁ ଏହା ପ୍ରେରଣା ଦେଉଥିବ। ଗାନ୍ଧିଙ୍କ ଜାବନ ଓ ଆଦର୍ଶର ଆଜି ବି ପ୍ରାସଙ୍ଗିକତା ରହିଛି ବୋଲିି ପ୍ରଧାନମନ୍ତ୍ରୀ କହିଛନ୍ତି।