ଅଯୋଧ୍ୟା ଧାମ ଷ୍ଟେସନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୦/୧୨: ଅଯୋଧ୍ୟା ଧାମ ଷ୍ଟେସନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟପାଳ ଆନନ୍ଦିବେନ ପଟେଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତ ଥିଲେ । ଅଯୋଧ୍ୟା ଧାମ ଷ୍ଟେସନରେ ସବୁଜ ପତାକା ଦେଖାଇବା ସହ ଗଡିଛି ଅମୃତ ଭାରତ ଟ୍ରେନ ଓ ବନ୍ଦେ ଭାରତ ଟ୍ରେନ । ଏହି ରେଳ ଷ୍ଟେସନରେ ୨୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି । ଅଯୋଧ୍ୟା ଧାମ ରେଳ ଷ୍ଟେସନର ଉଦଘାଟନ ପୂର୍ବରୁ ଏକ ବିଶାଳ ରୋଡ ସୋ କରିଥିଲେ ପ୍ରଧାନମନ୍ତ୍ରୀ । ଅଯୋଧ୍ୟାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଅଯୋଧ୍ୟାର ନୂଆ ଆନ୍ତର୍ଜାତୀୟ ବିମାନବନ୍ଦର, ଜାତୀୟ ରାଜପଥ ସହ ୧୫ ହଜାର କୋଟିର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଏଥିସହ ମୋଟ ୨ ହଜାର ୩୦୦ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ହେବାର ଅଛି । ତେବେ ୧୨ଟା ୧୫ରେ ୧୪ ଶହ ୫୦ କୋଟି ବ୍ୟୟରେ ନିର୍ମିତ ହୋଇଥିବା ଅଯୋଧ୍ୟା ଆନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ କରିବେ ମୋଦୀ । ଏହି ବିମାନବନ୍ଦରକୁ ମହର୍ଷି ବାଲ୍ମିକୀଙ୍କ ନାମରେ ନାମିତ କରାଯାଇଛି । ମୋଦୀଙ୍କ ସ୍ୱାଗତ ପାଇଁ ସହରକୁ ବିଭିନ୍ନ ଫୁଲରେ ସଜା ଯିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅଯୋଧ୍ୟା ପାଇଁ ମୋଟ ୧୫ ହଜାର ୭୦୦ କୋଟିର ବିଭିନ୍ନ ଯୋଜନା ଘୋଷଣା କରିବେ ପ୍ରଧାନମନ୍ତ୍ରୀ ।