ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ଆଜିର ଦିନକୁ କେବେ ଭୁଲି ପାରିବା ନାହିଁ ବୋଲି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬/୧୧: ନଭେମ୍ବର ୨୬କୁ ଆମେ କେବେ ଭୁଲି ପାରିବା ନାହିଁ, ଆଜିର ଏହି ଦିନରେ ଭାରତରେ ସବୁଠୁ ଭୟାନକ ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା । ଆଜି  ‘ମନ୍‌ କୀ ବାତ୍‌’ ୧୦୭ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି।ସେ କହିଛନ୍ତି, ଆଉ ଗୋଟିଏ କାରଣ ପାଇଁ ମଧ୍ୟ ନଭେମ୍ବର ୨୬ ତାରିଖ ତାତ୍ପର୍ଯ୍ୟପୂର୍ଣ୍ଣ ଅଟେ। ୧୯୪୯ ମସିହା ଆଜିର ଦିନରେ ସମ୍ବିଧାନ ସଭା ଭାରତର ସମ୍ବିଧାନକୁ ଅନୁମୋଦନ କରି ଗୃହୀତ କରିଥିଲା।

‘ଲୋକାଲ୍‌ ଫର୍‌ ଭୋକାଲ୍‌’ର ସଫଳତା ସଂକ୍ରାନ୍ତରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ସ୍ବଚ୍ଛ ଭାରତ ଅଭିଯାନ’ର ସଫଳତା ଯେପରି ପ୍ରେରଣା ପାଲଟିଛି, ସେମିତି ‘ଲୋକାଲ୍‌ ଫର୍‌ ଭୋକାଲ୍‌’ ମଧ୍ୟ ‘ବିକଶିତ ଭାରତ-ସମୃଦ୍ଧ ଭାରତ’ର ଦ୍ବାରା ଉନ୍ମୁକ୍ତ କରୁଛି।