ଯବାନଙ୍କ ସହ ଦୀପାବଳି ପର୍ବ ପାଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୨/୧୧: ଯବାନଙ୍କ ସହ ଦୀପାବଳି ପର୍ବ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  । ସୁରକ୍ଷା ବାହିନୀ ସହିତ ଦୀପାବଳି ପାଳନ କରିବାକୁ ହିମାଚଳ ପ୍ରଦେଶର ଲେପଚାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଯବାନମାନଙ୍କୁ ଦୀପାଳବିର ଶୁଭେଚ୍ଛା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ସୁରକ୍ଷା ବାହିନୀ ସହିତ ଦୀପାବଳି ପାଳନ କରିବା ମୋ ପାଇଁ ସୌଭାଗ୍ୟର କଥା । ମୁଁ ଆଶା କରୁଛି ଏହି ଦୀପାବଳି ମୋ ପାଇଁ, ଆପଣମାନଙ୍କ ପାଇଁ ଏବଂ ଦେଶବାସୀଙ୍କ ପାଇଁ ମଧ୍ୟ ନୂଆ ଆଲୋକ ଆଣିବ।’ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆମର ଯବାନମାନେ ପ୍ରତ୍ୟେକ ଆହ୍ବାନର ସାମ୍ନା କରିବାକୁ ସକ୍ଷମ । ଯେପର୍ଯ୍ୟନ୍ତ ମୋର ସାହସୀ ବନ୍ଧୁମାନେ ହିମାଳୟ ପରି ସ୍ଥିର ହୋଇ ରହିଛନ୍ତି ସେ ପର୍ଯ୍ୟନ୍ତ ଭାରତ ସୁରକ୍ଷିତ ଅଛି । ଆପଣଙ୍କ ସେବା ହେତୁ ଭାରତ ସୁରକ୍ଷିତ ଅଛି ଏବଂ ବିକାଶ ପଥରେ ଆଗେଇ ଚାଲିଛି ।

ଏହା ମଧ୍ୟ ସେ କହିଛନ୍ତି ଯେ ମୋ ପାଇଁ ଯେଉଁଠାରେ ମୋର ଭାରତୀୟ ସେନା ଅଛନ୍ତି, ଯେଉଁଠାରେ ମୋ ଦେଶର ସୁରକ୍ଷା ବାହିନୀ ନିୟୋଜିତ ହୋଇଛନ୍ତି, ତାହା ଏକ ମନ୍ଦିରଠାରୁ କମ୍ ନୁହେଁ। ଆପଣମାନେ ଯେଉଁଠି, ମୁୁଁ ସବୁ ପର୍ବ ସେଇଠି ପାଳନ କରିବି ।