ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଟ୍ୱିଟ କରି ଭାବବିହ୍ଵଳ ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୨୫/୧୦: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଦିବସ ଘୋଷଣା ହେବା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଲେଖିଛନ୍ତି କି, ଆଜିର ଦିନ ବେଶ ଭାବପୂର୍ଣ୍ଣ । ଏହାସହ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ପାଇଁ ତାଙ୍କୁ ନିମନ୍ତ୍ରଣ ମିଳିଥିବାରୁ ଏହାକୁ ନେଇ ସେ କହିଛନ୍ତି କି, ଐତିହାସିକ ଅବସରର ସାକ୍ଷୀ ହେବା ମୋର ସୌଭାଗ୍ୟ ।

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଙ୍କୁ ଆଜି ରାମ ମନ୍ଦିର ନିର୍ମାଣ ଟ୍ରଷ୍ଟର କିଛି ସଦସ୍ୟ ଓ ରାମମନ୍ଦିରର ମୁଖ୍ୟ ପୂଜପ ସତ୍ୟେନ୍ଦ୍ର ଦାସ ମହାରାଜ ଭେଟିଥିଲେ । ଏହାସହ ଜାନୁଆରୀ ୨୨ ତାରିଖରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ତାଙ୍କୁ ନିମନ୍ତ୍ରଣ କରିଥିଲେ ।