ଉତ୍ତରାଖଣ୍ଡରେ ପ୍ରଧାନମନ୍ତ୍ରୀ, ପାର୍ବତୀ କୁଣ୍ଡରେ ଆଳତୀ ସହ କଲେ ପୂଜାର୍ଚ୍ଚନା

ନୂଆଦିଲ୍ଲୀ,୧୨/୧୦: ଉତ୍ତରାଖଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସକାଳୁ ସକାଳୁ ଉତ୍ତରାଖଣ୍ଡରେ ଶିବ ସାଧନା କରିଛନ୍ତି ପ୍ରଧାନମନ୍ତ୍ରୀ । ପିଥୋରାଗଡ଼ରେ ଥିବା ପାର୍ବତୀ କୁଣ୍ଡରେ ମୋଦୀ ପୂଜାର୍ଚ୍ଚନା କରିଛନ୍ତି । ମା’ ପାର୍ବତୀ ଓ ଭଗବାନ ଶିବଙ୍କୁ ବ୍ରହ୍ମକମଲ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ପରେ ମନ୍ଦିରରେ ଆଳତୀ ସହଁ ଶଙ୍ଖ ଫୁଙ୍କିଥିଲେ । ମନ୍ଦିର ଚାରିପାଖ ବୁଲିବା ସହ କିଛି ସମୟ ମନ୍ଦିରରେ ବିତାଇଥିଲେ ନରେନ୍ଦ୍ର ମୋଦୀ । ଏହା ପରେ ପ୍ରଧାନମନ୍ତ୍ରୀ ସେନା ଓ ଆଇଟିବିପି ଯବାନଙ୍କ ସହ ଆଲୋଚନା କରିବେ । ଆଜି ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରାଖଣ୍ଡକୁ ୪୨ ଶହ କୋଟି ଟଙ୍କା ପ୍ରକଳ୍ପ ଭେଟି ଦେବେ । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ୍, କ୍ରୀଡା ପରି ୨୩ଟି ଉନ୍ନୟନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ ସହ ଉଦଘାଟନ କରିବେ । କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଓ କେନ୍ଦ୍ରମନ୍ତ୍ରୀ ଅଜୟ ଭଟ୍ଟ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ ।