ଆରଟିଆଇ ରିପୋର୍ଟ, ୯ବର୍ଷ ଶାସନ କାଳରେ ଗୋଟଏ ବି ଦିନ ଛୁଟି ନେଇନାହାନ୍ତି ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୦୫/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜେବେଠୁ ପଦରେ ବସିଛନ୍ତି ସେବେଠୁ ଗୋଟିଏ ଦିନ ମଧ୍ୟ ଛୁଟି ନେଇ ନାହାଁନ୍ତି  । ଦୀର୍ଘ ୯ବର୍ଷର ଶାସନକାଳରେ ମୋଦୀ ନିରନ୍ତର କାମ କରୁଛନ୍ତି । ଏହି ତଥ୍ୟ ଆରଟିଆଇ ରିପୋର୍ଟରୁ ଜଣାପଡିଛି । ଏହାସହ ବିଶ୍ୱର ଅନ୍ୟତମ ଲୋକପ୍ରିୟ ନେତା ଭାବେ ମୋଦୀଙ୍କ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଦେଶ ବିଦେଶରେ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି ।