ସେମିକମ-୨୦୨୩ ପ୍ରଦର୍ଶନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮/୦୭: ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗରରେ ସେମିକଣ୍ଡକ୍ଟର ଶିଳ୍ପ ଉପରେ ଆଧାରିତ ସେମିକମ-୨୦୨୩ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି । ସଭାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ସେମିକଣ୍ଡକ୍ଟର ମାଧ୍ୟମରେ ଶିଳ୍ପ, ବିଶେଷଜ୍ଞ, ନୀତି ନିର୍ମାତାମାନଙ୍କ ସହିତ ଅପଡେଟ ହୋଇଥାଏ । ସମ୍ପର୍କରେ ସମନ୍ୱୟ ପାଇଁ ଏହା ଆବଶ୍ୟକ । ପୂର୍ବ ଦିନମାନଙ୍କ ଅପେକ୍ଷା ଚଳିତବର୍ଷ ସେମିକଣ୍ଡକ୍ଟର କ୍ଷେତ୍ରରେ ଆଶାଠୁ ଅଧିକ ନିବେଶ ହୋଇଛି । ଏଥିସହ ମୋଦୀ କହିଛନ୍ତି ସମୟ ବଦଳୁଛି, ପରିବର୍ତନ ହେଉଛି । ଦୁଇବର୍ଷ ମଧ୍ୟରେ ଭାରତରୁ ଇଲେକ୍ଟ୍ରୋନିକ୍ସ ରପ୍ତାନୀ ଦୁଇଗୁଣା ବୃଦ୍ଧି ହୋଇଛି ।