ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏ.ଆଇ ଟି-ସାର୍ଟ ଉପହାର ଦେଲେ ବାଇଡେନ୍‌

ନୂଆଦିଲ୍ଲୀ,୨୪/୦୬: ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଶେଷ ‘ଟି-ସାର୍ଟ’ ଉପହାର ଦେଇଛନ୍ତି। ଏଥିରେ ଛାପା ଯାଇଛି ଆମେରିକା କଂଗ୍ରେସରେ ପ୍ରଧାନମନ୍ତ୍ରୀ ମୋଦୀ ଐତିହାସିକ ଉଦ୍‌ବୋଧନ ଦେବା ବେଳେ ‘ଏ.ଆଇ.’ରେ ଚାଲିଥିବା ଗୁରୁତ୍ବପୂର୍ଣ୍ଣ ବିକାଶକୁ ପ୍ରଶଂସା କରି କହିଥିବା କଥା। ତାହା ହେଉଛି – ‘ଦି ଫ୍ୟୁଚର୍‌ ଇଜ୍‌ ଏଆଇ- ଆମେରିକା ଆଣ୍ଡ୍‌ ଇଣ୍ଡିଆ’।

ପ୍ରଧାନମନ୍ତ୍ରୀ କହିଥିଲେ ଗତ ୭ ବର୍ଷ ଭିତରେ ଅନେକ କିଛି ବଦଳିଯାଇଛି କିନ୍ତୁ ବଦଳି ନାହିଁ ଭାରତ ଓ ଆମେରିକା ମଧ୍ୟରେ ବନ୍ଧୁତ୍ବ ନିବିଡ଼ତର କରିବା ପ୍ରତିବଦ୍ଧତା। ‘ଏଆ. ଆଇ.’ ଯୁଗରେ (ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌) ଆଉ ଏକ ‘ଏ.ଆଇ.’ରେ (ଆମେରିକା-ଇଣ୍ଡିଆ) ଅନେକ ବିକାଶ ଘଟିଛି।