ଆସନ୍ତାକାଲିଠୁ ୧୫ ତାରିଖ ଯାଏ ନନ୍ଦନକାନନ ଓ ବଟାନିକାଲ ପାର୍କ ବନ୍ଦ

ଭୁବନେଶ୍ୱର, ୩୦/୪: ରାଜ୍ୟରେ ଅତି ଭୟଙ୍କର ଭାବେ ମାଡି ଚାଲିଛି ମହାମାରୀ କରୋନା। ବହୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସେମିତି ପ୍ରତିଦିନ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। ତେଣୁ ରାଜ୍ୟ ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହାରିମଧ୍ୟରେ ଆସନ୍ତାକାଲିଠୁ ଭୁବନେଶ୍ବର ସ୍ଥିତ ନନ୍ଦନକାନନ ଓ ବଟାନିକାଲ ପାର୍କ ବନ୍ଦ ରହିବ। ଆସନ୍ତାକାଲିଠୁ ୧୫ ତାରିଖ ଯାଏ ପର୍ଯ୍ୟଟକଙ୍କ ପାଇଁ ଏହା ବନ୍ଦ ରହିବ । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହିପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।