ଆଜିଠାରୁ ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର, ୩/ ୮ : ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବା ନେଇ ଅନୁମତି ମିଳିଛି । ଗତ ତିନି ମାସ ପରେ ଆଜି ଖୋଲିଛି ନନ୍ଦନକାନନ । ଅନ୍ୟପଟେ ନନ୍ଦନକାନନ ଯିବା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଛି । ଏହାସହ ପ୍ରବେଶ ପଥରେ ଥର୍ମାଲ ସ୍କ୍ରନିଂ କରାଯାଉଛି । ମାସ୍କ ପିନ୍ଧିବା ସହ ଭିତରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ୧୦ ବର୍ଷରୁ କମ୍ ଓ ୬୫ ବର୍ଷରୁ ଅଧିକ ବୟସ୍କଙ୍କୁ ନନ୍ଦନକାନନ ଆସିବା ପାଇଁ ଅନୁମତି ନାହିଁ । ସେହିପରି ଭିତରେ ବୁଲିବା ପାଇଁ ବ୍ୟାଟେରୀ ଚାଳିତ ଗାଡ଼ି ଚଳାଇବାକୁ , ବୋଟିଂ କରିବାକୁ ମଧ୍ୟ ଅନୁମତି ମିଳିନାହିଁ । ସେହିପରି ସଫାରୀ ଖୋଲିବାକୁ ଅନୁମତି ମିଳିନି । ଏହାସହ ଆଜିଠାରୁ ବଟାନିକାଲ ଗାର୍ଡେନ ବୁଲିବାକୁ ଅନୁମତି ମୁଲିଥିଲେ ମଧ୍ୟ ଭିତରେ ବଣଭୋଜିକୁ ବନ୍ଦ ରଖାଯାଇଛି ।