ବଡ଼ଦିନ ଓ ନୂଆବର୍ଷ ସୋମବାର ପଡୁଥିଲେ ମଧ୍ୟ ଖୋଲା ରହିବ ନନ୍ଦନକାନନ

ଭୁବନେଶ୍ୱର,୨୪/୧୨: ରାତି ପାହିଲେ ବଡ଼ଦିନ ଓ ସ‌ପ୍ତାହେ ପରେ ନୂଆବର୍ଷ। ଏହି ଦୁଇ ଦିନ ଦର୍ଶକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପର୍ଯ୍ୟଟନ ସ୍ଥଳୀଗୁଡିକରେ ଏବେ ପର୍ଯ୍ୟଟକମାନଙ୍କର ପ୍ରବଳ ଭିଡ଼ ରହୁଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନରେ ଦୂରଦୂରାନ୍ତରୁ ବହୁ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳିଛି। ଚଳିତ ବର୍ଷ ବଡ଼ଦିନ ସୋମବାର ପଡୁଥିବାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲା ରହିବ। ସେହିଭଳି ନୂଆବର୍ଷ ସୋମବାର ହୋଇଥିଲେ ବି ପର୍ଯ୍ୟଟକମାନେ ଏଠାରେ ବୁଲିପାରିବେ। ସୂଚନାଯୋଗ୍ୟ ଯେ ପ୍ରତି ସୋମବାର ନନ୍ଦନକାନନ ବନ୍ଦ ରୁହେ। କିନ୍ତୁ ଏହି ନୂଆବର୍ଷ ଓ ବଡ଼ଦିନ ସୋମବାର ପଡୁଥିଲେ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ।