ନବ ଦାସ ହତ୍ୟା ମାମଲା, ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବୁ କହିଲେ ଦୀପାଳି

ଭୁବନେଶ୍ୱର,୨୯/୦୧: ୨ ବର୍ଷ ତଳେ ନବ ଦାସଙ୍କୁ ଆଜିର ଦିନରେ ହତ୍ୟା କରାଯାଇଥିଲା । ନବ ଦାସଙ୍କ ପରିବାକୁ କେବେ ମିଳିବ ନ୍ୟାୟ। ହେଲେ ଦୁଇ ବର୍ଷ ପରେ ବି ରହସ୍ୟରେ ରହିଛି ହତ୍ୟାକାଣ୍ଡର କାରଣ। କାହିଁକି ପୂର୍ବତନ ମନ୍ତ୍ରୀଙ୍କୁ ହତ୍ୟା କରିଥିଲା ଗୋପାଳ, ଏବେ ବି ହୋଇନି ସ୍ପଷ୍ଟ। କ୍ରାଇମ୍‌ବ୍ରାଞ୍ଚ ତଦନ୍ତରେ ଅନେକ ତ୍ରୁଟି ସାମ୍ନାକୁ ଆସିଛି। ସେପଟେ ସିବିଆଇ ତଦନ୍ତ ପାଇଁ ଦାବି ବି କେବଳ ଦାବିରେ ରହିଛି। ଦୀପାଳି ଦାସ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ କହିଛନ୍ତି, ସେପଟେ ସରକାର ଲିଖିତ ଭାବେ ଆବେଦନ କରିବାକୁ କହୁଛନ୍ତି। ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବୁ କହିଲେ ଦୀପାଳି । ଏନେଇ ଚିଠି ପ୍ରସ୍ତୁତ କରୁଛୁ, ଖୁବ୍‌ ଶୀଘ୍ର ପ୍ରଦାନ କରିବୁ ବୋଲି କହିଛନ୍ତି ଦୀପାଳି ।

Leave a Reply

Your email address will not be published. Required fields are marked *