ଆରପାରିରେ ନାମିବ୍ୟାର ରାଷ୍ଟ୍ରପତି ହାଗେ ଜିଙ୍ଗୋବଙ୍କ

ନୂଆଦିଲ୍ଲୀ,୪/୦୨: ଆଜି ନାମିବ୍ୟାର  ରାଷ୍ଟ୍ରପତି ହାଗେ ଜିଙ୍ଗୋବଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ବର୍ଷ ହୋଇଥିଲା। ସେ କର୍କଟ ରୋଗରେ ପୀଡ଼ିତ ଥିବା କଥା କିଛି ସପ୍ତାହ ପୂର୍ବେ ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଥିଲା। ୱିଣ୍ଡ୍‌ହୋକ୍‌ରେ ଥିବା ଲେଡି ପୋହାମ୍ବା ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଛି। ସେଠାରେ ତାଙ୍କର ଚିକିତ୍ସା କରୁଥିଲେ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି।ଦକ୍ଷିଣ ଆଫ୍ରିକୀୟ ଦେଶ ନାମିବ୍ୟାରେ ଚଳିତ ବର୍ଷ ଶେଷ ଭାଗରେ ରାଷ୍ଟ୍ରପତୀୟ ଓ ସଂସଦୀୟ ନିର୍ବାଚନ କରାଯିବ।