ବଟି ଆଦାୟ ଓ ଧମକଚମକ ଅଭିଯୋଗରେ ୬ ଜଣ ନକଲି ନକ୍ସଲ ଗିରଫ

ଭୁବନେଶ୍ୱର,୧୦/୧୨: ମାଓବାଦୀ ନାଁରେ ବଟି ଆଦାୟ ଓ ଧମକଚମକ ଅଭିଯୋଗରେ ୬ ଜଣ ନକଲି ନକ୍ସଲଙ୍କୁ ଗିରଫ କରିଛି ରାୟଗଡା ପୁଲିସ । ସେମାନଙ୍କ ଠାରୁ ୪ଟି ମୋବାଇଲ, ସିଲିଣ୍ଡର, ଡିଜିଟାଲ ଘଡି ଜବତ ହୋଇଛି । ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି ରାୟଗଡା ଏସପି ବିବେକାନନ୍ଦ ଶର୍ମା । କହିଛନ୍ତି ମାମଲା ରୁଜୁ ହେବାର ୪୮ ଘଂଟା ଭିତରେ ନଲି ମାଓବାଦୀଙ୍କୁ ପୁଲିସ ଗିରଫ କରିଛି ।ଅଭିଯୋଗ ଅନୁସାରେ କିଛି ଦିନ ହେଲା ମାଓବାଦୀ ନାଁରେ କାଶିପୁର ଥାନା ଅନ୍ତର୍ଗତ ସୁଙ୍ଗେର ଗାଁର ବ୍ୟବସାୟୀ ଶଙ୍କର ଗୋପାଳକୁ ଧମକ ଚମକ ଦେଇ ୫ ଲକ୍ଷ ଟଙ୍କା ବଟି ମଗାଯାଉଥିଲା । ଟଙ୍କା ନଦେଲେ ଜୀବନରେ ମାରିଦେବାକୁ ଫୋନ କରି ଧମକ ଦେଉଥିଲେ କିଛି ଅଜଣା ବ୍ୟକ୍ତି ।