ନାଗପୁରରେ ଲଗାଣ ବର୍ଷା, ହନ୍ତସନ୍ତ ଲୋକେ

ନୂଆଦିଲ୍ଲୀ,୨୩/୦୯: ମହାରାଷ୍ଟ୍ର ନାଗପୁରରେ ପ୍ରବଳ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁ ଜଳାର୍ଣ୍ଣବ ହୋଇଛି ସହର । ଲୋକେ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡିଛି । ରାସ୍ତା ଉପରେ ଆଣ୍ଠୁଏ ପାଣିରେ ଯାଉଛନ୍ତି ଲୋକେ । ରାସ୍ତା ପାର ହେବା ପାଇଁ ଦଉଡି ସାଜିଛି ଭରସା । ଦଉଡି ଧରି ଧାଡି ହୋଇ ଲୋକେ ରାସ୍ତା ପାର ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ନଦୀ କୂଳିଆ ଲୋକେ ବର୍ଷା ଯୋଗୁଁ ଅଧିକ ପ୍ରଭାବିତ ହୋଇଛନ୍ତି ।ଲୋକଙ୍କ ଘରେ ପାଣି ପଶିଯିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ପାଣିପାଗ ବିଭାଗର ସୂଚନା ଅନୁସାରେ ନାଗପୁର ବିମାନ ବନ୍ଦର ଅଞ୍ଚଳରେ ଅଧିକ ବର୍ଷା ରେକର୍ଡ କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ସକାଳୁ ବର୍ଷା ହେଉଛି । ପ୍ରବଳ ବର୍ଷା ଯୋଗୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି । ରାସ୍ତାରେ ବସ୍ ଚଳାଚଳ କରିପାରୁନାହିଁ । ଅଗ୍ନିଶମ ବାହିନୀ ଓ ଏସଡିଆରଏଫକୁ ଆଲର୍ଟରେ ରଖାଯାଇଛି ।