ବଜରଙ୍ଗ  ପୁନିଆଙ୍କୁ ୪ ବର୍ଷ ପାଇଁ ସସପେଣ୍ଡ କଲା NADA

ଭୁବନେଶ୍ୱର,୨୭/୧୧:  ଭାରତୀୟ ରେସଲର ବଜରଙ୍ଗ  ପୁନିଆଙ୍କୁ ୪ ବର୍ଷ ପାଇଁ ସସପେଣ୍ଡ କଲା ଜାତୀୟ ଡୋପିଂ ନିରୋଧକ ଏଜେନ୍ସି- NADA । ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି ପୁନିଆ ଉପରେ ଚାରି ବର୍ଷର ପ୍ରତିବନ୍ଧକ ଲଗାଇଛି। ମାର୍ଚ୍ଚ ୧୦ରେ ଜାତୀୟ ଦଳ ଚୟନ ପରୀକ୍ଷଣ ସମୟରେ ବଜରଙ୍ଗ ପୁନିଆ ଡୋପ ପରୀକ୍ଷା ପାଇଁ ତାଙ୍କ ନମୁନା ଦେବାକୁ ମନା କରିଦେଇଥିଲେ। ଏହା ପରେ NADAର NDDP ପ୍ୟାନେଲ୍ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ନିଲମ୍ବନ ୨୩ ଏପ୍ରିଲ ୨୦୨୪ରୁ ପିଛିଲା ଭାବରେ କାର୍ଯ୍ୟକାରୀ ହେବ।ନାଡା ପ୍ରଥମେ ଏପ୍ରିଲ ୨୩ରେ ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ରେସଲରଙ୍କୁ ନିଲମ୍ବିତ କରିଥିଲା ​​। ଏହା ପରେ ୱାର୍ଲ୍ଡ ଗଭର୍ଣ୍ଣିଂ ବଡି UWW ମଧ୍ୟ ତାଙ୍କୁ ନିଲମ୍ବିତ କରିଥିଲେ।