ଶେରଗଡକୁ ଏନଏସି ମାନ୍ୟତା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୧୪/୦୨: ଗଞ୍ଜାମ ଜିଲ୍ଲାର ଶେରଗଡ ଗ୍ରାମପଞ୍ଚାୟତକୁ ଏନଏସି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆପଣଙ୍କ ସହଯୋଗରେ ହିଞ୍ଜିଳି ଶେରଗଡ ନିର୍ବାଚନମଣ୍ଡଳୀ ଏକ ଆଦର୍ଶ ନିର୍ବାଚନମଣ୍ଡଳୀ ହୋଇପାରିଛି । ହିଞ୍ଜିଳି ଶେରଗଡର ସବୁ ଘରକୁ ପାଇପ ଯୋଗେ ପାନୀୟ ଜଳ ଓ ଜମିକୁ ଜଳସେଚନ କରାଯାଉଛି । ଆପଣଙ୍କ ଆଶୀର୍ବାଦ ମୋତେ ଓଡ଼ିଶାର ସେବା କରିବାକୁ ଶକ୍ତି ଓ ସୁଯୋଗ ଦେଇଛି । ସେଥିପାଇଁ ମୁଁ ସବୁବେଳେ ହିଞ୍ଜିଳି ଶେରଗଡବାସୀଙ୍କ ପାଖରେ ଋଣୀ । ଏହାସହ ଶେରଗଡ ନିର୍ବାଚନମଣ୍ଡଳୀରେ ୩୦୦ କୋଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ମା’ ତାରାତାରିଣୀଙ୍କ ମନ୍ଦିର ନୂଆ ରୂପ ନେଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପର ରୂପାନ୍ତରଣ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି । ଏବେ ରାଜ୍ୟର ୮ ହଜାରରୁ ଅଧିକ ସ୍କୁଲର ରୂପାନ୍ତରଣ କାମ ଶେଷ ହୋଇଛି ।