୨୫ ଲକ୍ଷ ଡୋଜ୍‌ କୋଭିଡ ଟିକା ମାଗିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୨/୫: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଆଲୋଚନା କରିଛନ୍ତି। ରାଜ୍ୟକୁ ୨୫ ଲକ୍ଷ ଡୋଜ୍‌ କୋଭିଡ ଟିକା ଯୋଗାଇବାକୁ ସେ ଦାବି କରିଛନ୍ତି । କାରଣ ୨୨ ଲକ୍ଷ ହିତାଧିକାରୀ ଦ୍ବିତୀୟ ଡୋଜ୍‌ ଟିକା ନେବାକୁ ଅପେକ୍ଷା କରିଛନ୍ତି । ଏହାସହ ୩ ହଜାର ଅକ୍ସିଜେନ ସିଲିଣ୍ଡର ଓ ୫୦୦ ଭେଣ୍ଟିଲେଟର ଦାବି କରିଛନ୍ତି। ଜାତୀୟ ସ୍ତରରେ ଏକ ୨୪ ଘଣ୍ଟିଆ ହେଲ୍‌ପଲାଇନ ସହ ୫ ଲକ୍ଷ PPE କିଟ୍‌, ୧୦ ଲକ୍ଷ N95 ମାସ୍କ ଓ ଗ୍ଲୋବ୍‌ସ ଯୋଗାଇବାକୁ, ବହୁସଂଖ୍ୟକ ରାପିଡ ଆଣ୍ଟିଜେନ କିଟ୍‌ କେନ୍ଦ୍ରକୁ ମାଗିଛନ୍ତି ନବକିଶୋର।