ପଟିଆଲା କୋର୍ଟରେ ଆତ୍ମସମର୍ପଣ କଲେ ସିଦ୍ଧୁ

ନୂଆଦିଲ୍ଲୀ,୨୦/୫: ଆତ୍ମସମର୍ପଣ କଲେ ସିଦ୍ଧୁ । ପଞ୍ଚାବର ପୂର୍ବତନ ପିସିସି ସଭାପତି ତଥା ଅନ୍ତର୍ଜାତୀୟ କ୍ରିକେଟିୟର ନବଜୋତ ସିଂ ସିଦ୍ଧୁ ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ରୋଡରେଜ ମାମଲାରେ ଗତକାଲି ତାଙ୍କୁ ଏକବର୍ଷ ଜେଲ ଶୁଣାଇଥିଲେ ସୁପ୍ରିମକୋର୍ଟ । ଏହା ପରେ ସେ ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ୩୪ ବର୍ଷ ପୁରୁଣା ଏହି ମାମଲାରେ ରାୟ ପରେ ପୋଲିସ ତାଙ୍କୁ ଗିରଫ ନେଇ ସ୍ପଷ୍ଟ ହୋଇଥିଲା । ତେବେ ସିଦ୍ଧୁଙ୍କ ଏକିଲ ଅଭିଶେଖ ମନୁ ସିଂଘଭି ପୁଣି ଥରେ କୋର୍ଟରେ ଆବେଦନ କରିଥିଲେ । ତେବେ କୋର୍ଟରୁ ନିରାଶ ହେବା ପରେ ପଟିଆଲା କୋର୍ଟରେ ସେ ଆତ୍ମସମର୍ପଣ କରିଛନ୍ତି ।