ଭୁବନେଶ୍ୱର,୧୯/୦୩: ନବ ଦାସ ହତ୍ୟା ମାମଲା। ନ୍ୟାୟ ଦାବିରେ ଆଗକୁ ଆସିଛନ୍ତି ନବ ଦାସଙ୍କ ପରିବାର । ଏହି କ୍ରମରେ ଆଜି ନବ ଦାସଙ୍କ ଝିଅ ଦୀପାଳି, ପୁଅ ବିଶାଳ ଓ ପତ୍ନୀ ମିନତି ଲୋକସେବା ଭବନରେ ପହଂଚି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି । ଏନେଇ ପୁରା ପରିବାର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।ନବ ଦାସ ହତ୍ୟାକାଣ୍ଡ ବେଳେ ରାଜ୍ୟରେ ବିଜେଡିର ସରକାର ଥିଲା । ନବ ଦାସ ବି ବିଜେଡିର ବିଧାୟକ ଥିଲେ । ହେଲେ ତାଙ୍କୁ ହତ୍ୟା କରାଯିବା ପରେ ନବ ଦାସଙ୍କ ପରିବାର ବିଜେଡି ସରକାର ଉପରେ ଭରସା କରି ବିଶେଷ ଆଗକୁ ଆସୁନଥିଲେ । ହେଲେ ବିଜେଡି ସରକାର କ୍ଷମତାରୁ ଯିବା ପରେ ଏବେ କ୍ରାଇମ ବ୍ରାଞ୍ଚ ତଦନ୍ତକୁ ଭରସା କରିପାରିନାହିଁ ପରିବାର । ଏହି କ୍ରମରେ ସେମାନେ କିଛି ମାସ ହେବ ସିବିଆଇ ତଦନ୍ତ ଦାବି କରିଆସୁଛନ୍ତି ।