ନବ ଦାସଙ୍କ ହତ୍ୟା ମାମଲା: ଅଭିଯୁକ୍ତ ଗୋପାଳ ଦାସର ହେବ ନାର୍କୋ ଟେଷ୍ଟ

ଭୁବନେଶ୍ୱର,୮/୨: ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ୧୦ ଦିନ ବିତିଥିଲେ ମଧ୍ୟ ଏହାର ରହସ୍ୟ ଉପରୁ ପରଦା ହଟିନି। କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଜାରି ରଖିଛି। ଏହାରିମଧ୍ୟରେ ଅଭିଯୁକ୍ତ ଗୋପାଳ ଦାସର ହେବ ନାର୍କୋ ଟେଷ୍ଟ । ଗୋପାଳର ନାର୍କୋ, ପଲିଗ୍ରାଫ ଟେଷ୍ଟ କରିବା ପାଇଁ ଅନୁମତି ଦେଇଛନ୍ତି ଝାରସୁଗୁଡା ଏସଡିଜେଏମ୍ କୋର୍ଟ । ଏହାସହ ଗୋପାଳର ରିମାଣ୍ଡ ଅବଧି ଆହୁରି ୫ଦିନ ବଢାଇଛନ୍ତି କୋର୍ଟ । ତୃତୀୟ ପର୍ଯ୍ୟାୟରେ ଗୋପାଳକୁ ୫ଦିନିଆ ରିମାଣ୍ଡରେ ନେଇ ଜେରା କରିବ କ୍ରାଇମବ୍ରାଞ୍ଚ । ଆଉ ଏହି ସମୟରେ ଗୋପାଳ ମୁହଁରୁ ସତ ଓଗାଳିବା ପାଇଁ ତାର ନାର୍କୋ ଓ ପଲିଗ୍ରାଫ ଟେଷ୍ଟ କରାଯିବ ।