ନବ ଦାସଙ୍କ ହତ୍ୟା ମାମଲା: ଆଜି ଓଡ଼ିଶା ଫେରିବ ଅଭିଯୁକ୍ତ ଗୋପାଳ

ଭୁବନେଶ୍ୱର,୧୨/୨: ସରିଲା ଗୋପାଳର ନାର୍କୋ ଟେଷ୍ଟ । ଆଜି ଓଡ଼ିଶା ଫେରିବ ଗୋପାଳ । ବିମାନ ଯୋଗେ ଗୋପାଳକୁ ଝାରସୁଗୁଡ଼ା ଅଣାଯିବ । ଆସନ୍ତାକାଲି ତାଙ୍କୁ ଝାରସୁଗୁଡା କୋର୍ଟରେ ହଜାର କରାଯିବ । ଗୁଜରାଟ ଗାନ୍ଧୀନଗର ଡିଏଫଏସରେ ଗୋପାଳର ପଲିଗ୍ରାଫ ଟେଷ୍ଟ ଓ ଦୁଇ ଦିନ ଧରି ନାର୍କୋ ଟେଷ୍ଟ କରାଯାଇଥିଲା । ନାର୍କୋ ଟେଷ୍ଟ ରିପୋର୍ଟ ଝାରସୁଗୁଡ଼ା କୋର୍ଟରେ ଦାଖଲ କରାଯିବ ।