ଭୁବନେଶ୍ୱର,୪/୨: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କ ରିମାଣ୍ଡ ଆଉ ୪ ଦିନ ବଢିଛି। ଗୋପାଳ ଦାସଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି। ଆଜି ପ୍ରଥମ ଦଫା ରିମାଣ୍ଡ ଶେଷ ହୋଇଥିଲା। ଏହାପରେ ପୁଣି କ୍ରାଇମବ୍ରାଞ୍ଚ ଗୋପାଳ ଦାସଙ୍କୁ ଆଉ ୯ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟଙ୍କୁ ନିବେଦନ କରିଥିଲା। ହେଲେ ଆଉ ୪ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି।