ପଞ୍ଚଭୂତ ରେ ଲୀନ ହେଲେ ନବ ଦାସ

ଭୁବନେଶ୍ୱର,୨୯/୧: ପଞ୍ଚଭୂତରେ ଲୀନହେଲା ନବ ଦାସଙ୍କ ପାର୍ଥିବ ଶରୀର ।  ଚାରିଆଡେ ଖାଲି ଶୋକର ଛାୟା ଓ ନବ ଦାସଙ୍କୁ ଝୁରୁଛି ଝାରସୁଗୁଡା । ନିଜ ଜନ୍ମମାଟିର ଖେରୁଆଲରେ ନବ ଦାସଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି । ନବ ଦାସଙ୍କ ଶେଷଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ଶୁଭେଚ୍ଛୁ ଓ ସମର୍ଥକ । ନବ ଦାସଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ପରେ ମୁଖାଗ୍ନି ଦେଇଥିଲେ ପୁଅ, ପାଖରେ ଝିଅ ଦିପାଳି ଉପସ୍ଥିତ ଥିଲେ । ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ହୋଇଛି । ଭୁବନେଶ୍ୱର ଆପୋଲୋରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।