ହିନ୍ଦୁ ଧର୍ମରେ ସବୁଠୁ ଶକ୍ତିଶାଳୀ ଓମ୍ ଶବ୍ଦ ପଛର ରହସ୍ୟ, ମସ୍ତିସ୍କ ଉପରେ ପଡିଥାଏ ଜବରଦସ୍ତ ପ୍ରଭାବ

ଓମ୍ ଏହିପରି ଏକ ରହସ୍ୟମୟ ଶବ୍ଦ ଯାହା ହିନ୍ଦୁ ଧର୍ମର ଏକ ସବୁଠୁ ପବିତ୍ର ଶବ୍ଦ ଅଟେ । ଏହିପରି ଶବ୍ଦ ଯାହା ଆତ୍ମା ସହ ପରମାତ୍ମା କୁ ଯୋଡି ଦେଇଥାଏ । ଏହି ରହସ୍ୟମୟ ଶବ୍ଦ ଯେ ଆମ ମସ୍ତିସ୍କର ଜ୍ଞାନ ଚକ୍ଷୁକୁ ଖୋଲିଦେଇଥାଏ । ଓମ ଶବ୍ଦ ବିଭିନ୍ନ ଗ୍ରନ୍ଥ ଓ ବିଭିନ୍ନ ବହିରେ ଆମେ ମାନେ ପଢିଥିବା । ଏହାକୁ ସମସ୍ତେ ଧ୍ୟାନରେ ଉଚ୍ଚାରଣ କରିଥାନ୍ତି କିନ୍ତୁ ଏହାର ଅର୍ଥ ଜାଣିଛନ୍ତି କି ? ଏହି ଶବ୍ଦ ପଛରେ ବହୁତୁ ରହସ୍ୟ ରହିଛି । ଲୋକଙ୍କ କହିବା ଅନୁସାରେ ଏହି ଶବ୍ଦ ଉଚ୍ଚାରଣ କରିବା ମାତ୍ରେ ଶରୀରରେ କିଛି ଅଲୌକିକ ଏନର୍ଜି ସୃଷ୍ଟି ହୋଇଥାଏ । କିନ୍ତୁ ଏହାର ଉଚ୍ଚାରଣ କରିବାର ବିଧି ଜାଣିବାକୁ ହୋଇଥାଏ ଓ ଏହାର ପ୍ରଭାବ ଆମ ଉପରେ କଣ ପଡିଥାଏ ଜାଣନ୍ତି କି ? ଯଦି ଜାଣି ନାହାନ୍ତି ତେବେ ତୁରନ୍ତ ଜାଣି ନିଅନ୍ତୁ ।

ଆମର ଧର୍ମ ଗ୍ରନ୍ଥ ଅନୁସାରେ ଏହା ଏକ ଏପରି ଶବ୍ଦ ଧ୍ୱନି ଯାହା ଶୁଣିବା ଦ୍ୱାରା ଶୂନ୍ୟତାକୁ ମସ୍ତିଷ୍କ ସହ ଯୋଡି ଦେଇଥାଏ । ସେହିପରି ଆମ ବେଦ ଅନୁସାରେ ଏହି ଶବ୍ଦରୁ ହିଂ ଆମ ପୃଥିବୀର ଉତ୍ପତି ହୋଇଛି । ଯେତେବେଳେ ପୃଥିବୀର ଭୌତିକ ଅବସ୍ଥା ସୃଷ୍ଟି ହୋଇଥିଲା ସେତେବେଳ ଆମର ପ୍ରଥମ ଧ୍ଵନି ଓମ ଶବ୍ଦ ଥିଲା । ଏହା ନୁହେଁ କି ଏହି ଶବ୍ଦ କେବଳ ହିନ୍ଦୁ ଧର୍ମରେ ସୀମିତ ରଖାଯାଇଛି । ହ୍ୱିନ୍ଧୁ ଧର୍ମ ବ୍ୟତୀତ ଜୈନ, ବୌଦ୍ଧ , ଶିଖ ଧର୍ମରେ ମଧ୍ୟ ଏହି ଶବ୍ଦ ର ଅର୍ଥ ବିସ୍ତୃତ ଭାବରେ ଲେଖା ଯାଇଛି । ପଶ୍ଚିମ ଵୈଜ୍ଞାନିକମାନେ ମଧ୍ୟ ଏହି ଓମ ଶବ୍ଦ ଉପରେ ଅନୁସନ୍ଧାନ କରିଥିଲେ । କାରଣ ଯେତେବେଳେ ଯୋଗ କରାଯାଇଥାଏ ସେତେବେଳେ ଓମ ଶବ୍ଦ ର ଉଚ୍ଚାରଣ ପ୍ରାୟତ ସମସ୍ତେ କରିଥାନ୍ତି । ଏହା ଉଚ୍ଚାରଣ କରିବା ମାତ୍ରେ ହିଂ ଶରୀର ଉପରେ ଚମତ୍କାର ପ୍ରଭାବ ପଡିଥାଏ ।

ଭାରତର କେତେକ ୟୁନିଭର୍ସିଟିରେ ମଧ୍ୟ ଏହି ଶବ୍ଦ ଉପରେ ଅନୁସନ୍ଧାନ କରାଯାଇଛି । ସେହି ଅନୁସନ୍ଧାନରୁ ଜଣାପଡିଥିଲା ଯେ ଯେଉଁମାନେ ଏହି ଶବ୍ଦ ର ଉଚ୍ଚାରଣ କରୁଥିଲେ ସେମାନେ ଅନ୍ୟମାନଙ୍କ ଠାରୁ ବହୁତୁ ଶାନ୍ତ ସ୍ୱଭାବ ହୋଇଥାନ୍ତି । ଏହାସହ ସବୁଠୁ ବଡ ଚମତ୍କାର ଏହା ଥିଲା ଯେ ଓମ ଉଚ୍ଚାରଣ କରୁଥିବା ଲୋକମାନଙ୍କ ଠାରେ ଯେଉଁ ରୋଗ ଥିଲା ତାହା ଆସ୍ତେ ଆସ୍ତେ ଭଲ ହେବାକୁ ଲାଗୁଥିଲା । ଯେମିତିକି ବୈଜ୍ଞାନିକଙ୍କ କହିବା ଅନୁସାରେ ପ୍ଲେସ ବ୍ଲୁ ପ୍ରଭାବ ପଡୁଥିବା ମଧ୍ୟ କୁହା ଯାଉଥିଲା । ଯେମିତିକି ଉଦାହରଣ ସ୍ୱରୂପ କୌଣସି ବ୍ୟକ୍ତିଙ୍କ ପାଖରେ ଥିବା ନର୍କରାତ୍ମକ ଚିନ୍ତା ଧାରା କୁ ପରିବର୍ତ୍ତନ କରି ସର୍କରାତ୍ମକ ମନୋଭାବ ଆଣି ପାରୁଥିଲା । ଜଣେ ଜଣେ ଏପରି ମଧ୍ୟ ଥାନ୍ତି ଯେ ସେମାନଙ୍କୁ କିଛି ରୋଗ ହୋଇନଥିଲେ ମଧ୍ୟ ସେମାନେ ନିଜେ ଭାବି ଭାବି ରୋଗୀଣାଙ୍କ ପରି ହୋଇପଡି ଥାନ୍ତି । ସେତେବେଳେ ସେମାନଙ୍କୁ ଏପରି ଔଷଧ ବଦଳରେ ଅନ୍ୟ କିଛି ଦେଇ କୁହାଯାଇଥାଏ ଏହା ଖାଇବା ଦ୍ୱାରା ରୋଗ ଭଲ ହୋଇଯାଇଥାଏ । ସେମାନେ ତାକୁ ଖାଇ ନିଜକୁ ସୁସ୍ଥ ଅନୁଭବ କରିଥାନ୍ତି କିନ୍ତୁ ଯେତେବେଳେ କି ତାହା ଔଷଧ ନଥିଲା । ସେହିପରି ଓମ ଶବ୍ଦରେ ମଧ୍ୟ କଣ ଏହିଭଳି ସମାନ ପ୍ରଭାବ ପଡିଥାଏ କି ? ସେହିପରି ଅଲଗା ଅଲଗା ଦେଶରେ ମଧ୍ୟ ଏହି ଶବ୍ଦ କୁ ନେଇ ବହୁ ପ୍ରକାର ଅନୁସନ୍ଧାନ ଜାରି ରହିଛି । କଣ ସତରେ ଓମ ଶବ୍ଦର ପ୍ରଭାବ ଆମ ଶରୀର ଉପରେ ପକାଉଛି ।

ଏହାର ସତ୍ୟତା ଜାଣିବା ପାଇଁ ବିଭିନ୍ନ ପରୀକ୍ଷା କରାଯାଇଥିଲା । ଅଲଗା ଅଲଗା ଶବ୍ଦର ଧ୍ୱନି ବହୁତୁ ଉଚ୍ଚା ସ୍ୱରରେ ବାଦ୍ୟକରଣ କରାଯାଇଥିଲା । ସେତେବେଳେ ଧୀର ପାଣିରେ ତରଙ୍ଗ ଅଲଗା ପଡୁଥିବା ବେଳେ ସବୁଠାରୁ ଅଲଗା ଥିଲା ଓମ ଧ୍ୱନିର ପ୍ରଭାବ । ବୈଜ୍ଞାନିକମାନେ ଏହା ଦେଖି ଆଶର୍ଯ୍ୟା ହୋଇଯାଇଥିଲେ । କାରଣ ଓମ ଧ୍ୱନିର ବାଦ୍ୟକାରଣ ଫଳରେ ଧୀର ପାଣିରେ ପଡୁଥିବା ଆକୃତି ହିନ୍ଦୁ ଧର୍ମ ରେ କୁହ ଯାଇଥିବା ଶ୍ରୀ ଯନ୍ତ୍ର ପରି ଦେଖିବାକୁ ଥିଲା । ଆଉ କୌଣସି ଶବ୍ଦର ଧ୍ୱନି ଏପରିଆକୃତି ହୋଇପାରୁନଥିଲା । ବୈଜ୍ଞାନିକମାନେ ମଧ୍ୟ ମାନନ୍ତି କି ଓମ ଧ୍ୱନି ଚାଲିବ ଫଳରେ ମଧ୍ୟ ଆମ ମସ୍ତିସ୍କ ଉପରେ ମଧ୍ୟ ଅଲଗା ପ୍ରଭାବ ପକାଇଥାଏ । ଏହା ମଧ୍ୟ ହୋଇପାରେ ମଧ୍ୟ ଆମ ମସ୍ତିଷ୍କ ରେ ଥିବା ସବ କନସସ ଓ ଅନ କନସସ ଉପରେ ମଧ୍ୟ ପ୍ରଭାବ ପକାଉଥାଇପାରେ । ଆମ ଧର୍ମ ଗ୍ରନ୍ଥ ରେ ମଧ୍ୟ ଏହା ଲେଖାଯାଇଛି ଯେ ଓମ ଧ୍ୱନିର ଉଚ୍ଚାରଣ ଫଳରେ ଇଶ୍ୱର ଙ୍କ ଜ୍ଞାନ ପାଇପାରିବା । କିନ୍ତୁ ଏହାକୁ ସଠିକ ଭାବେ ଉଚ୍ଚାରଣ କରିବାକୁ ପଡ଼ି଼ଥାଏ । ନଚେତ ଆପଣ ଯେତେ ଉଚ୍ଚାରଣ କଲେ ମଧ୍ୟ ଏହାର କୋୖଣସି ପ୍ରକାର ପ୍ରଭାବ ଆପଣଙ୍କ ଉପରେ ପଡ଼ିନଥାଏ । ଏକ ଶାନ୍ତ ଜାଗାରେ ଖାଲି ଚଟାଣରେ ଆସନ ପାରି ତା ଉପରେ ଯୋଗ ମୁଦ୍ରା କରି ମେରୁଦଣ୍ଡ କୁ ସିଧା କରି ବସନ୍ତୁ । ଏହାପରେ ଓମ ଶବ୍ଦକୁ ରାହା ଧରି ଉଚ୍ଚ ସ୍ୱରରେ କହିବାକୁ ହୋଇଥାଏ । ଏହାପୁଣି ପ୍ରାତଃ ସକାଳେ ଯେତେବେଳେ ସୂର୍ଯ୍ୟ ଉଦୟ ହୋଇଥାନ୍ତି ସେତେବେଳେ ଏହିପରି କଲେ ଆମ ଶରୀର ଉପରେ ପ୍ରଭାବ ପକାଇଥାଏ । ଏହାସହ ଆମ ମସ୍ତିସ୍କ ଶାନ୍ତ ଓ ସ୍ଥିର ହୋଇଥାଏ ।