ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଛୁରାମାଡ କରିଛନ୍ତି । ଯାହାଫଳରେ ଗୋଟିଏ ପରିବାରରେ ସ୍ୱାମୀର ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀ ଗୁରୁତାର ଅବସ୍ଥାରେ ଆହାତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିତ୍ସାଧୀନ । ମୃତଦେହ ପିଏମ୍ଜି ନିକଟ ଏକ ଏଟିଏମ୍ ସାମ୍ନାରେ ପଡି ରହିଥିବା ସୂଚନା ରହିଛି ।

ସୂଚନା ଯୋଗ୍ୟ, ସୋମବାର ସକାଳୁ ଖାରବେଳନଗର ଥାନା ଲୋୟର ପିଏମଜି ଛକ ନିକଟରେ ଥିବା ଏଟିଏମ୍ ପାଖରେ ରକ୍ତାକ୍ତ ଅବସ୍ଥାରେ ପଡି ରହିଥିବାବେଳେ ସ୍ତ୍ରୀ ମଧ୍ୟ କ୍ଷତାକ୍ତ ହୋଇ ପଡିରହିଥିଲେ । ଏହାପରେ ଲୋକେ ଦେଖି ପୋଲିସକୁ ଖବର କରିଥିଲେ । ପରେ ପୋଲିସ ଆସି ମୃତ ଶରୀରକୁ ଉଦ୍ଧାର କରିବା ସହ ଗୁରୁତର ଅବସ୍ଥାରେ ସ୍ତ୍ରୀକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହା ସହ ଦମ୍ପତିଙ୍କ ସନ୍ତାନକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିବାସହ ଛାନଭିନ ଆରମ୍ଭ କରିଛି । ପୋଲିସ ସୂଚନା ଅନୁସାରେ ଅକ୍ରମଣର ଶିକାର ହୋଇଥିବା ପରିବାର ପିଏମଜି ଛକ ଫୁଟପାତରେ ରହୁଥିଲେ । କିନ୍ତୁ ତାଙ୍କୁ କିଏ ଓ କେଉଁ କାରଣରୁ ଆକ୍ରମଣ କରିଛି ତାହା ଏବେ ବି ଅସ୍ପଷ୍ଟ ।