ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା, ଅଭିଯୁକ୍ତ ସ୍ୱାମୀ ଫେରାର

ଭୁବନେଶ୍ୱର, ୨୪/୧୦(ଦି ପ୍ରଗତି ନ୍ୟୁଜ୍): ତେଲକୋଇର ଟାଙ୍ଗିଆରେ ଏକ ବର୍ବର ହତ୍ୟାକାଣ୍ଡ ଘଟିଛି। ସେଠାରେ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ସୂଚନା ମିଳିଛି। ଏନେଇ ଥାନାରେ  ଅଭିଯୋଗ ହୋଇଛି। ନୟାକୋଟ ଥାନା ରୁଗୁଡ଼ିସାହି ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ଏହାପରେ ଘଟଣାସ୍ଥଳରୁ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଛି। ଅଭିଯୋଗ ଆଧାରରେ ମୃତଦେହ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି।