ଭୁବନେଶ୍ୱର ଫେରିଲେ ରାଜ୍ୟସଭା ସାଂସଦ ମୁନା ଖାଁ, ସସ୍ମିତ ପାତ୍ରଙ୍କ ଟ୍ୱିଟକୁ ନେଇ ବର୍ଷିଲେ..
ଭୁବନେଶ୍ୱର,୭/୦୪: ଭୁବନେଶ୍ୱର ଫେରିଲେ ରାଜ୍ୟସଭା ସାଂସଦ ମୁନା ଖାଁ । ସେ କହିଛନ୍ତି ଯେ ସଂସଦୀୟ ଗଣତନ୍ତ୍ରରେ ସମର୍ଥନ କିମ୍ବା ବିରୋଧ କରାଯାଏ ନହେଲେ କକ୍ଷତ୍ୟାଗ ଭଳି ନିଷ୍ପତ୍ତି ନିଆଯାଏ । ଆମ ସଂସଦୀୟଦଳ ନେତା ସସ୍ମିତ ପାତ୍ର ବିବେକ ଅନୁସାରେ ଭୋଟ୍ ଦେବାକୁ କହିବା ସଂସଦ ଇତିହାସରେ ବିରଳ ଘଟଣା । ବିଜେଡିରେ ଦୋମୁହାଁ ନୀତି ରଖିଥିବା ଲୋକଙ୍କର ଜାଗା ନାହିଁ ବୋଲି ପରୋକ୍ଷରେ ସସ୍ମିତଙ୍କୁ କହିଛନ୍ତି ମୁନା । ନବୀନ ବାବୁ ହେଉଛନ୍ତି ଧର୍ମ ନିରପେକ୍ଷ ନେତା । ପାର୍ଲାମେଣ୍ଟ ଆରମ୍ଭ ପୂର୍ବରୁ ନବୀନ ନିବାସରେ ସଂସଦୀୟଦଳ ବୈଠକ ବସିଥିଲା ଏବଂ ୱାକଫ୍ ବିଲକୁ ବିରୋଧ କରିବ ବିଜେଡି ବୋଲି ସବୁ ରାଜ୍ୟସଭା ସଦସ୍ୟଙ୍କୁ ସୁପ୍ରିମୋ କହିଥିଲେ । ଏପରିକି ବିଲ୍ ବିରୋଧରେ ଭୁବନେଶ୍ୱରରେ ଏକ ରାଲି କରିବାକୁ ଆମ ନେତା ମୋତେ ଅନୁମତି ଦେଇଥିଲେ । ଯେତେବେଳେ ରାଜ୍ୟସଭାରେ ବିଲ୍ ଆସିଲା ମୁଁ ବିରୋଧ କଲି । କିନ୍ତୁ ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ଟ୍ୱିଟ୍ କଲେ ଯେ, ବିବେକ ଅନୁସାରେ ଭୋଟ୍ ଦିଅନ୍ତୁ । ଏହାକୁ ମୁଁ ଦୃଢ଼ ଭାବେ ଖଣ୍ଡନ କରୁଛି । ଟ୍ୱିଟ୍ କରିବା ପରଠୁ ଏଯାଏଁ ତାଙ୍କୁ ମୁଁ ପାଉନି । ସେ ବିଦେଶ ଗସ୍ତରେ ଅଛନ୍ତି ଫେରିଲେ ଉତ୍ତର ଦେବେ କିଏ କହିଲା ତାଙ୍କୁ ସମର୍ଥନ କରିବାକୁ । ମୋର ବିଶ୍ୱାସ ନବୀନ ବାବୁ ୱାକଫ୍ ବିଲକୁ ସମର୍ଥନ କରିବାକୁ କହିନଥିବେ କାରଣ ବିଜୁ ଜନତା ଦଳ ସବୁବେଳେ ଧର୍ମ ନିରପେକ୍ଷତାକୁ ବିଶ୍ୱାସ କରେ ।