ପୌର ପରିଷଦରେ ୬୫%ରୁ ଅଧିକ ମତଦାନ

ଭୁବନେଶ୍ୱର, ୨୪/୩: ଆଜି ପୌର ନିର୍ବାଚନ ପାଇଁ ମତଦାନ ହୋଇଥିଲା। ପୌର ପରିଷଦରେ  ୬୫%ରୁ ଅଧିକ ମତଦାନ ହୋଇଛିି। ଭୁନେଶ୍ବରରେ ୫୦%, କଟକରେ ୬୫%, ବ୍ରହ୍ମପୁରରେ ୪୭%ରୁ ଅଧିକ ମତଦାନ ହୋଇଥିବା ନେଇ ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଅଳ୍ପ କିଛି ସ୍ଥାନକୁ ବାଦ୍ ଦେଲେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ଶେଷ ହୋଇଛି। ଏହାସହ ନବରଙ୍ଗପୁର ଉମରକୋଟର ୮ ନମ୍ବର ୱାର୍ଡରେ କାଲି ହେବ ଭୋଟ। EVMରେ ପ୍ରାର୍ଥୀଙ୍କ ନାମ ଭୁଲ୍ ନାମ ଥିବାରୁ ଆଜି ଭୋଟ ସ୍ଥଗିତ ଥିଲା।