ପୌର ନିର୍ବାଚନ: ବୁଥ୍ ମୁହାଁ ପୋଲିଂ ପାର୍ଟି

ଭୁବନେଶ୍ୱର, ୨୩/୩: ରାଜ୍ୟରେ ଏବେ ପୌର ନିର୍ବାଚନ ପାଇଁ ରାଜନୈତିକ ମାହୋଲ ବେଶ ସରଗରମ ରହିଛି। ଏହାରିମଧ୍ୟରେ ମହାନଗର ନିଗମ ନିର୍ବାଚନ ପାଇଁ ରାଜଧାନୀରେ ୬୭ଟି ଓ୍ବାର୍ଡରେ ୨୨୩ଟି ସ୍ଥାନରେ ୭୦୫ଟି ବୁଥ୍‌ ହୋଇଛି। ୫ଟି ପିଙ୍କ୍‌ ବୁଥ ଓ ୫ଟି ମଡେଲ୍‌ ବୁଥରେ ମଧ୍ୟ ମତଦାନ ହେବ । ୩୮୧ ବୁଥ୍‌କୁ ସମ୍ବେଦନଶୀଳ ବୁଥ୍‌ ଭାବେ ଚିହ୍ନଟ କରାଯାଇଛି। ବିଜେବି କଲେଜରେ ଥିବା ଷ୍ଟ୍ରଙ୍ଗ ରୁମ୍‌ରୁ ପୋଲିଂ ପାର୍ଟି ବୁଥ୍‌ ଅଭିମୁଖେ ବାହାରିଛନ୍ତି।