ଆସନ୍ତା ୧୪ ତାରିଖରେ ପ୍ରକାଶ ପାଇବ ପୌର ନିର୍ବାଚନର ଚୂଡାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୯/୩: ପୌର ନିର୍ବାଚନ ପାଇଁ ନାମାଙ୍କନ ସରିଯାଇଛି । ଏବେ ଆରମ୍ଭ ହୋଇଯାଇଛି ପ୍ରାର୍ଥୀଙ୍କର ଯୋରଦାର ପ୍ରଚାର । ଆଜି ପ୍ରାର୍ଥିପତ୍ର ଯାଞ୍ଚ କରାଯାଇଛି । ଏହା ସହ ୧୪ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମିଳିବ ପ୍ରତ୍ୟାହାରର ସୁଯୋଗ । ସେହିଦିନ ସଂଧ୍ୟାରେ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ଆସନ୍ତା ୨୪ରେ ହେବ ଭୋଟ, ୨୬ ତାରିଖରେ ହେବ ଗଣତି । ଚଳିତତ ଥର ପ୍ରତି ବୁଥରେ ରହିବ ଦୁଇଟି ଇଭିଏମ୍ । ପ୍ରଥମ ଥର ପାଇଁ ପୌରାଧ୍ୟକ୍ଷ ଏବଂ ମେୟର ପଦ ପାଇଁ ହେବ ପ୍ରତ୍ୟକ୍ଷ ନିର୍ବାଚନ । ୫୯ ଏନଏସି, ୪୭ ମ୍ୟୁନିସିପାଲିଟି, ୩ଟି ମହାନଗରରେ ହେବ ନିର୍ବାଚନ ।ସେପଟେ ଏବେଠାରୁ ସରଗରମ ହେଲାଣି ପ୍ରଚାର ମଇଦାନ । ପ୍ରତି ଓ୍ୱାର୍ଡରେ ଘରକୁ ଘରକୁ ଘର ବୁଲି କ୍ୟାମ୍ପେନିଂ କରୁଛନ୍ତି ପ୍ରାର୍ଥୀ । ଜନତାଙ୍କ ସମର୍ଥନ ପାଇଁ ଦେଉଛନ୍ତି ବହୁ ଆଶା ଭରଷା ।